ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍ରେ ପରାସ୍ତ କରିଛି। ଚେନ୍ନାଇ ଟିମ୍ ୧୭୪ ରନ୍ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିଛି। ଦଳର ଖେଳାଳିମାନେ ୧୭୬ ରନ୍ କରିଛନ୍ତି।ପ୍ରଥମ ପାଳିରେ ବେଙ୍ଗାଲୁରୁ ପାଇଁ ଅନୁଜ ରାୱତ ଓ ଦିନେଶ କାର୍ତ୍ତିକ ଷଷ୍ଠ ୱିକେଟ୍ରେ ୯୫ ରନ୍ ଭାଗିଦାରୀ ହୋଇପାରିଥିଲେ। ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁ ୬ଟି ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୭୪ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’ର ସପ୍ତଦଶ ସଂସ୍କରଣର ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରସିବିର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନର ଅଧିନାୟକ ଫାପ୍ ଡୁ’ପ୍ଲେସିସ୍ ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ଆରମ୍ଭରୁ ଭଲ ଖେଳି ପ୍ରଥମ ୱିକେଟ୍ ପାଇଁ ୪୧ ରନ୍ର ଭାଗିଦାରୀ କରିଥିଲେ। ୧୧୦ ରନରେ ଚେନ୍ନାଇ ୪ର୍ଥ ୱିକେଟ ହରାଇଥିଲା। ଦୁବେ ଓ ଜାଡେଜା ଅସମାପ୍ତ ୫ମ ୱିକେଟରେ ୩୭ ବଲ୍ରୁ ୬୬ ରନ ଯୋଗକରି ଦଳକୁ ବିଜୟୀ କରିଥିଲେ। ତେବେ ବେଙ୍ଗାଲୁରୁ ହାରିଥିଲେ ମଧ୍ୟ ଏହି ମ୍ୟାଚ ସହ ବିରାଟ କୋହଲିଙ୍କ କୀର୍ତ୍ତି ଯୋଡ଼ି ହୋଇଯାଇଛି । ସେ ପ୍ରଥମ ଭାରତୀୟ ଭାବେ ସମସ୍ତ ଟି-ଟ୍ୱେଣ୍ଟି ଫର୍ମାଟରେ ୧୨ ହଜାର ରନ ପୂରଣ କରିଛନ୍ତି ।