ଆରମ୍ଭ ହେବାକୁ ଯାଉଥିବା ଇଣ୍ଡୋ ଆମେରିକାନ୍ ଆର୍ଟସ କାଉନସିଲ୍ ପକ୍ଷରୁ ‘ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍’ (ଏନ୍ୱାଇଆଇଏଫ୍ଏଫ୍) ପାଇଁ ମନୋନୀତ ହୋଇଥିବା ବିଭିନ୍ନ ଭାରତୀୟ ଭାଷାର ୫୦ଟି ଫିଲ୍ମ ଭିତରେ ଦୁଇଟି ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ ଓ ‘ଦମନ’ ସ୍ଥାନ ପାଇଛି। ଏହାକୁ ନେଇ ଓଡ଼ିଆ ଫିଲ୍ମ ଜଗତରେ ଉତ୍ସାହ ଦେଖାଦେଇଛି। କାରଣ ଭାଷାଗତ ସଂରକ୍ଷଣ ନୀତିର ସୁଯୋଗ ନେଇ ନୁହେଁ, ବରଂ ନିଜ ଦମ୍ରେ ଏହି ଫିଲ୍ମ ଉତ୍ସବରେ ‘ଦମନ’ ଓ ‘ପ୍ରତୀକ୍ଷା’ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ମଧ୍ୟରେ ଜଣେ ଯୁବ ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦମନ’ ଜାତୀୟସ୍ତରରେ ଓଡ଼ିଆ ସିନେମାକୁ ଏକ ନୂଆ ପରିଚୟ ଦେଇଥିଲା। ଏ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁଶାନ୍ ଏହା ଜରିଆରେ ତାଙ୍କ ଅଭିନୟ କ୍ୟାରିୟର୍ର ଶ୍ରେଷ୍ଠ ଅଭିନୟ କରିଛନ୍ତି।ଜୁନ୍ ୧ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଆଞ୍ଜେଲିକା ଭିଲେଜ୍ ଇଷ୍ଟ ଥିଏଟର-୫ରେ ‘ଦମନ’ ପ୍ରଦର୍ଶିତ ହେବ।