ରୁପି ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର, ଚୁଟକିରେ ଦୂର ହେବ ସମସ୍ୟା , ଅନେକଙ୍କ କ୍ଷେତ୍ରରେ ଡ୍ୟାଡରଫ୍ ବା ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣି ରଖିବା ଜରୁରୀ ।
• ରୁପି ହେବାର ବିଭିନ୍ନ କାରଣ ରହିଛି
• ରୁପି ହେବା ଜେନେଟିକ୍ କାରଣରୁ ହୋଇପାରେ
• ଏହାସହ କେଉଁ ପରିବେଶରେ ରହୁଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ
• ଅତ୍ୟଧିକ ପ୍ରଦୂଷଣ ମଧ୍ୟ ରୁପିର କାରଣ ହୋଇପାରେ
• ଶୀତଦିନେ ହିଁ ସବୁଠୁ ଅଧିକ ରୁପି ହୋଇଥାଏ
• ବାୟୁମଣ୍ଡଳରେ ଶୁଷ୍କତା ରୁପି ସମ୍ୟା ବଢ଼ାଇଥାଏ
• ରୁପିକୁ ସମ୍ପୂର୍ଣ୍ଣ ହଠାଇବା କଷ୍ଟକର ବ୍ୟାପାର
• ରୁପିକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟିରଏଡ ଲୋସନ, ଆଂଟି ଡ୍ୟାଂଡରଫ୍ ସାମ୍ପୁ ବ୍ୟବହାର କରନ୍ତୁ
• ଡାକ୍ତରଙ୍କ ପରାମର୍ଶ ପରେ ହିଁ ଲୋସନ କିମ୍ବା ସାମ୍ପୁ ବ୍ୟବହାର କରନ୍ତୁ
• ରୁପି ନିୟନ୍ତ୍ରଣ ପାଇଁ ମୁଣ୍ଡରେ ଲେମ୍ବୁ ଲଗାଇପାରିବେ
• ଅନ୍ୟ କିଛି ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ
• ବାହାରକୁ ଗଲେ ଚୁଟିକୁ ଘୋଡ଼ାଇ ରଖିବା ମଧ୍ୟ ଜରୁରୀ
• ଏକ ସନ୍ତୁଳିତ ଖାଦ୍ୟ ଓ ଜୀବନ ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ
ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ। ଆମେ ଅନୁଭବ କରୁ ଯେ ତେଜପତ୍ର(Cinnamomum Leafe) କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ। ଏଥିସହିତ ଏହା ଆମ ତ୍ୱଚା ଓ ଚୂଟିର ପାଇଁ ମଧ୍ୟ ଖୁବ ଉପକାରୀ । ତେଜପତ୍ର ଦ୍ୱାରା ଅନେକ କିଛି ଫାଇଦା ମିଳିଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସମ୍ପର୍କରେ…ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ତେଜପତ୍ରରେ ଅନେକ ପୋଷକ ତତ୍ୱ ଥାଏ । ଏଥିସହିତ ତେଜପତ୍ରରେ ଭିଟାମିନ ବି-୬ ଏବଂ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଶୀତଦିନେ ତେଜପତ୍ରକୁ ଫୁଠାଇ ତା’ର ରସ ପାଇବା ଆବଶ୍ୟକ। ନଚେତ୍ ଏହାକୁ ବ୍ଲାକ ଟି ରେ ମଧ୍ୟ ପକାଇ ସେବନ କରି ପାରିବେ।