ମନୋରଞ୍ଜନ ଦୁନିଆରୁ ଏକ ବୁହୁତ ବଡ ଦୁଃଖର ଖବର ଆସିଛି । ଆମୀର ଖାନଙ୍କ ସୁପରହିଟ ଫିଲ୍ମ ଦଙ୍ଗଲରେ ଅମୀର ଖାନଙ୍କ ଝିଅ ବବିତା ଫୋଗାଟଙ୍କ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ସୁହାନୀ ଭଟନାଗରଙ୍କର ମାତ୍ର ୧୯ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସୁହାନୀ କିଛିଦିନ ଧରି ଅସୁସ୍ଥ ଥିଲେ । ସୁହାନୀ କିଛିଦିନ ହେଲା ଏମ୍ସରେ ଚିକିସ୍ଥିତ ହେଉଥିଲେ । କିନ୍ତୁ ଅନେକ ଚେଷ୍ଟା ସତ୍ୱେ ମଧ୍ୟ ଡାକ୍ତରମାନେ ସୁହାନୀଙ୍କୁ ବଂଚାଇ ପାରିନଥିଲେ । ସୁହାନିଙ୍କ ମୃତ୍ୟୁରେ ପୁରା ବଲିଉଡ ଦୁଃଖ ପ୍ରକାଶ କରିଛି । ସୁହାନୀଙ୍କ ପ୍ରଶଂସକମାନେ ଗଭୀର ଭାବରେ ଚକିତ ହୋଇଯାଇଛନ୍ତି ଏହି ଖବର ଶୁଣି । ଦୀର୍ଘ ଦିନର ଅସୁସ୍ଥତା ପରେ ସୁହାନୀଙ୍କର ମୃତ୍ୟୁ ହୋଇଛି ।କୁହାଯାଉଛି କି ସୁହାନୀଙ୍କର କିଛି ଦିନ ପୁର୍ବରୁ ଗୋଡ ଭାଙ୍ଗି ଯାଇଥିଲା ଏବଂ ଏଥି ପାଇଁ ସେ ମେଡିସିନ୍ ଖାଉଥିଲେ । ମେଡିସିନ ରିଆକ୍ସନ ହେବାରୁ ତାଙ୍କର ସମ୍ପୂର୍ଣ୍ଣ ଶରୀର ପାଣିରେ ପରିପୂର୍ଣ୍ଣ ହୋଇଯାଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।