ଆଜି ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର- ୮ ମୁକାବିଲା ଭାରତ ଖେଳିବାକୁ ଥିବାବେଳେ ଆସିଲା ଏକ ବଡ ଦୁଃଖଦ ଖବର । ପରଲୋକରେ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଡେଭିଡ ଜଙ୍କସନ । ସେ ରହୁଥିବା କୋଠାର ୪ର୍ଥ ମହଲାରୁ ଡେଇଁପଡିଛନ୍ତି ବୋଲି କୁହାଯାଉଛି । ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ଭାରତ ପାଇଁ ୨ଟି ଟେଷ୍ଟ ଖେଳିଥିଲେ । ଡେଭିଡ ଜଙ୍କସନ ଆତ୍ମହତ୍ୟା କରିଛନ୍ତି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଡେଭିଡ ଜଙ୍କସନ ଥିଲେ ଜଣେ ଦୃତ । ସେ ପ୍ରଥମେ ୧୯୯୬ ମସିହା ଅକ୍ଟୋବର ମାସରେ ଭାରତ ପକ୍ଷରୁ ପ୍ରଥମ ଟେଷ୍ଟ ଖେଳିଥିଲେ । ଏହାପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲେ