ଭଦ୍ରକ : ନାଳରୁ ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅମ୍ୱରୋଲି ସମବାୟ ସମିତିର ସଭାପତି ଥିଲେ ବିଜେଡି ନେତା ଚିତ୍ତ ରଞ୍ଜନ ରାଉତ । ଗାଁର ଏକ ଅଷ୍ଟପ୍ରହରୀକୁ ଯାଇ ଘରକୁ ଫେରିନଥିଲେ । ସକାଳୁ ଘର ଠାରୁ କିଛି ଦୂରରେ ଥିବା ଧାନ ବିଲ ନାଳରୁ ତାଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ମୁଣ୍ଡର ପଛ ପଟେ ଗଭୀର କ୍ଷତ ଥିବା ଦେଖାଯାଇଛି । ତେବେ ରାଜନୈତିକ ଶତୃତା କାରଣରୁ ତାଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଧିକ ତଦନ୍ତ ଚଳାଇଛି ପୋଲିସ।
ଭଦ୍ରକ ସଦର ଏସଡିପିଓ ସୌରଭ ଓତା ଓ ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ଟିମ ନେଇ ସେଠାରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତ ଚିତ୍ତରଞ୍ଜନଙ୍କ ମୋଟର ସାଇକେଲ ଓ ମୋବାଇଲ ଫୋନକୁ ମଧ୍ୟ ଦୁର୍ବୃତ୍ତମାନେ ନେଇ ପଳାଇ ଯାଇଛନ୍ତି । ଏହା ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।