ମୁକେଶ ଅମ୍ବାନୀଙ୍କୁ ମିଳିଛି ହତ୍ୟା ଧମକ..ଇ-ମେଲ୍ ମାଧ୍ୟମରେ ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ହତ୍ୟା ଧମକ ପାଇଥିବା କଥା ଆଜି ମୁମ୍ବାଇ ପୁଲିସ ସୂଚନା ଦେଇଛି । କିନ୍ତୁ କିଏ ସେ ସନ୍ଧିଗ୍ଧ ବ୍ୟକ୍ତି ତାହା ଏଯାଏଁ ଜଣାପଡ଼ିନାହିଁ,, ୨୦ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତିଙ୍କଦ୍ବାରା ମୁକେଶ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା ଏହି ଇ-ମେଲ୍ରେ କୋଟିପତି ମୁକେଶଙ୍କୁ କୁହାଯାଇଛି ବୋଲି ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ଇ-ମେଲ୍ରେ ଉଲ୍ଲେଖ ଅଛି: ଆପଣ ଆମକୁ ୨୦ କୋଟି ଟଙ୍କା ନ ଦେଲେ, ଆମେ ଆପଣଙ୍କୁ ହତ୍ୟା କରିବୁ। ଆମ ପାଖରେ ଭାରତର ସର୍ବୋତ୍ତମ ଲକ୍ଷ୍ୟଭେଦୀ ଗୁଳି ଚାଳନାକାରୀ (ସୁଟର୍) ଅଛନ୍ତି। ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ଗାମଦେବୀ ପୁଲିସ ‘ଆଇପିସି’ ଧାରା ୩୮୭ ଓ ୫୦୬ (୨) ଅନୁଯାୟୀ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।