ପ୍ରକାଶ ପାଇଛି ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ। ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି। ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲ୍ଟୁ ମଣ୍ଡଳ ଟପ୍ପର ହୋଇଥିବା ବେଳେ ଏମ୍ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି , ସିଭିଲ୍ ଇଂଜିନିୟରିଂ ରବୀନ୍ଦ୍ର ସାହୁ ଓ MCA/M.SC (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀମାନେ WWW.OJEE.NIC.IN/ODISHAJEE.COM ରେ ନିଜର ପରୀକ୍ଷା ଫଳ ଦେଖି ପାରିବେ।
ଚଳିତବର୍ଷ ଓଜେଇଇ ମେ’ ୬ ତାରିଖରୁ ୧୦ ତାରିଖ ମଧ୍ୟରେ ହୋଇଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଇଞ୍ଜିନିୟରିଂ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।