ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଦୀପିକା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ପ୍ରଶଂସକଙ୍କୁ ଖୁସି ଖବର ଦେଲେ ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା । ଖୁବଶୀଘ୍ର ଦୁହେଁ ମାତାପିତା ହେବେ ବୋଲି ଜଣାଇଲେ ଦୀପିକା। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗର୍ଭବତୀ ଥିବା ଦୀପିକା ଘୋଷଣା କରିଛନ୍ତି। ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବା ପରେ ପ୍ରଶଂସକମାନେ ଖୁସିରେ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବରରେ ତାଙ୍କର ପ୍ରସବ ହେବ ବୋଲି ପୋଷ୍ଟରେ ସେ ଲେଖିଛନ୍ତି। ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଦୀପିକା ହାତଯୋଡିଥିବା ଲୋକର ଓ ଏଭିଲ ଆଏର ଇମୋଜି ଦେଇଥିବା ଦେଖିବାକୁ ମିଳିଛି। ସେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨୦୨୪। ଦୀପିକା-ରଣବୀର। ଏହି ଫଟୋରେ ଛୋଟ ପିଲାମାନଙ୍କର ପୋଷାକ, ଜୋତା, ବେଲୁନ୍ ଇତ୍ୟାଦିର ଫଟୋ ଥିବା ଦେଖିବାକୁ ମିଳିଛି।୨୦୧୮ରେ ଦୀପିକା-ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।