ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାରେ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ଦାବି କରିଥିବା ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ ମନମିତ୍ ପ୍ରୀତମ ସିଂହ ଅରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଏଥିପାଇଁ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି।
ଖଣ୍ଡପୀଠ କହିଛନ୍ତି ଯେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାରେ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ପ୍ରଦାନ କରିବାର ଅଧିକାର ଅଦାଲତଙ୍କର ନାହିଁ। ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ କେଜ୍ରିୱାଲ ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ଏବଂ ଏହି ହେପାଜତକୁ କୌଣସି ଚ୍ୟାଲେଞ୍ଜ କରିବା ସୁପ୍ରିମ୍ କୋର୍ଟଙ୍କ ପାଇଁ ଏକ ମାମଲା ବୋଲି କୋର୍ଟ କହିଛନ୍ତି।