ଶ୍ରୀମନ୍ଦିର ଉତ୍ତରଦ୍ବାର ଆନନ୍ଦ ବଜାର ପରିସରରେ ଥିବା ଏକ କୂଅରେ ପଡ଼ି ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି। ଶ୍ରୀମନ୍ଦିର ଅଗ୍ନିଶମ ବିଭାଗର ଦମକଳ ଗାଡ଼ି, ଆମ୍ବୁଲାନ୍ସ ଓ ସିଂହଦ୍ବାର ଥାନା ପୁଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଶ୍ରଦ୍ଧାଳୁ ଜଣକ ହେଲେ ପଶ୍ଚିମବଙ୍ଗ ମଲ୍ଲିଗରା ଅନ୍ତର୍ଗତ ଶ୍ରୀରାମପୁରର ରାଜା ରାମମୋହନ ସରଣୀର ଧ୍ରୁବ ଚକ୍ରବର୍ତ୍ତୀ(୬୫)। ଆଶୁ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ପରେ ସିଂହଦ୍ବାର ଥାନା ପୁଲିସ ଧ୍ରୁବଙ୍କୁ ଭାରତ ସେବାଶ୍ରମରେ ଛାଡ଼ିଛି। ତେବେ ଧ୍ରୁବ ପହଁରା ଜାଣିଥିବାରୁ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ସେବାୟତ ଓ ଦେଖଣାକାରୀ ଭକ୍ତମାନେ କହିଛନ୍ତି।