ବର୍ତମାନ ସମୟରେ ମଧୁମେହ ଏକ ମୁଖ୍ୟ ସମସ୍ଯା ରୂପରେ ମୁଣ୍ଡ ଟେକିବାରେ ଲାଗିଛି । ପୁର ପୃଥିବୀରେ ଥିବ ୧୦୦ ଭାଗ ମଧୁମେହ ରୋଗୀଙ୍କ ମଧ୍ୟରୁ ୬୦% ରୋଗୀ ଭାରତରେ ଅଛନ୍ତି । ତେବେ ଡାଇବେଟିସ୍ ନିୟନ୍ତ୍ରଣ ଉପରେ ଏବେ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି । ଆସନ୍ତୁ ନଜରପକାଇବା ଡାଇବେଟିସ୍ ପାଇଁ କିଛି ଘରୋଇ ଉପଚାର ଉପରେ ।
୧- ଡାଇବେଟିସ୍ ନିୟନ୍ତ୍ରଣ କରେ
ଯେଉଁ ଲୋକ ମାନେ ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି, ସେମାନଙ୍କ ପାଇଁ କଞ୍ଚା ଲଙ୍କା ବେଶ୍ ଉପକାରୀ। ଡାଇବେଟିସ୍ ରୋଗୀ କଞ୍ଚା ଲଙ୍କା ଖାଇବା ଦ୍ୱାରା ଶରୀରରେ ସର୍କରାର ସ୍ଥର ନିୟନ୍ତ୍ରଣରେ ରହିଥାଏ। ଫଳରେ ଡାଇବେଟିସ୍ ନିୟନ୍ତ୍ରଣରେ ରୁହେ।
୨-ତ୍ୱଚା ପାଇଁ ଉପକାରୀ
ଏହା ତ୍ୱଚା ପାଇଁ ଉପକାରୀ ହୋଇଥାଏ। କଞ୍ଚା ଲଙ୍କାରେ ଅନେକ ପ୍ରକାର ଭିଟାମିନ୍ ରହିଥାଏ। ଯାହା ଆମ ତ୍ୱଚାକୁ ଉଜ୍ୱଳ ଦେଖାଯିବାରେ ସାହାଯ୍ୟ କରିଥାଏ। ଏହାକୁ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ସାମିଲ୍ କରନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ସତେଜ ରଖିବାରେ ସାହାଯ୍ୟ କରିବ।
୩-ଥଣ୍ଡାରୁ ଦୂରରେ ରଖେ
ଯଦି ଆପଣଙ୍କୁ ଥଣ୍ଡା ଲାଗି ରହୁଛି ତେବେ ଆପଣ ଖାଦ୍ୟରେ କଞ୍ଚା ଲଙ୍କା ସାମିଲ୍ କରନ୍ତୁ। ଯେଉଁ ମାନଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ସେମାନେ ପ୍ରତିଦିନ କଞ୍ଚା ଲଙ୍କା ଖାଇବା ଉଚିତ।
୪-ପାଚନ ତନ୍ତ୍ରକୁ ମଜବୁତ୍ କରେ
ପ୍ରାୟ ଲୋକଙ୍କର ଖାଦ୍ୟ ସହଜରେ ହଜମ ହୁଏନି। କିନ୍ତୁ ଆପଣ ଯଦି ପ୍ରତ୍ୟେକ ଦିନ କଞ୍ଚା ଲଙ୍କା ଖାଉଛନ୍ତି ତାହାଲେ ଆପଣଙ୍କର ପାଚନ ଜନିତ ସମସ୍ୟା ରହିବ ନାହିଁ। ଏଥିରେ ଥିବା ଭିଟାମିନ୍ ସି ଖାଇବା ପରେ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। ତେଣୁ କଞ୍ଚା ଲଙ୍କା ଖାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
୫-ଶରୀରରେ ଆଇରନ୍ର ମାତ୍ରା ବଢାଇଥାଏ
ପ୍ରାୟ ପ୍ରତ୍ୟେକ ମହିଳାଙ୍କର ଶରୀରରେ ଆଇରନ୍ର ଭାଗ କମ୍ ଥିବାର ଦେଖା ଯାଇଥାଏ। ଡାକ୍ତରମାନେ ମଧ୍ୟ ଏଥିପାଇଁ ବିଭିନ୍ନ ପ୍ରକାର ମେଡିସିନ୍ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେଣୁ ଆପଣଙ୍କ ଦେହରେ ଆଇରନ୍ର ପରିମାଣ କମ୍ ନହେବା ପାଇଁ ପ୍ରତିଦିନ କଞ୍ଚା ଲଙ୍କା ଖାଆନ୍ତୁ।