ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଇକାଡ଼ପାଳ ଗ୍ରାମସ୍ଥ ସୁବର୍ଣ୍ଣରେଖା ନଦୀ କୂଳରେ ମଙ୍ଗଳାବର ସନ୍ଧ୍ୟାରେ ସୁବର୍ଣ୍ଣରେଖା ସୁରକ୍ଷା ଅଭିଯାନ ଶାଖା ବାଲିଆପାଳ ପକ୍ଷରୁ ଆବାହକ ଅରୁଣ ଜେନାଙ୍କ ନେତୃତ୍ୟୁରେ ଏକ ଭବ୍ୟ ନଦୀ ଆଳତୀ ଅନୁଷ୍ଠିତ ହୋଇଯାଉଛି।ନଦୀ ଜୀବଜଗତକୁ ପାଳନ କରି ଆସୁଥିବାରୁ ନଦୀ ମାତୃକାର ସୁରକ୍ଷା , ନଦୀକୁ ପ୍ରଦୂଷଣମୁକ୍ତ କରିବା, ନଦୀର ଜଳ ପ୍ରବାହକୁ ନିରବଚ୍ଛିନ୍ନ କରିବା ଲାଗି ଜନ ସାଧାରଣଙ୍କୁ ନଦୀ ସହିତ ଯୋଡ଼ିବା ପାଇଁ ସ୍ଥାନୀୟ ଅଂଚଳର ବହୁ ମହିଳା ପୁରୁଷ ଓ ପିଲାମାନଙ୍କୁ ଏକତ୍ରିତ କରାଯାଇ ନଦୀକୁ ପୂଜା କରିବା ସହିତ ସମସ୍ତଙ୍କୁ ନଦୀ ସହିତ ଯୋଡିବା ପାଇଁ ନଦୀ ଆଳତୀ କରଯାଇଥିଲା। ଆମ ସୁବର୍ଣ୍ଣରେଖା ନଦୀ କୋଟି କୋଟି ପ୍ରାଣର ସଂଜୀବନୀ, ସୁବର୍ଣ୍ଣ ଧାରିଣୀ ସୁବର୍ଣ୍ଣରେଖା ଆମର ଜୀବନ ରେଖା ବୋଲି ସୁବର୍ଣ୍ଣରେଖା ନଦୀ ସୁରକ୍ଷା ଅଭିଯାନ ବାଲିଆପାଳ ଶାଖାର ଆବାହକ ଶ୍ରୀ ଜେନା କହିଥିଲେ। ଏହି କାର୍ଯ୍ୟକ୍ରମରେ ସୂଚନା ଆଇନ୍ ଅଧିକାର ଅଭିଯାନ ବାଲିଆପାଳ ଶାଖାର ଆବାହକ ଅନୁଜ ମହାପାତ୍ର, ଦିବାକର ଦାସ, ଅମୂଲ୍ୟ ପଟାୟତ, କବିତା ଜେନା, ପଦ୍ମାବତୀ ପଟାୟତ , କରୁଣାକର ଜେନା, ନମିତା ବେହେରା, ଝୁମା ମଙ୍ଗରାଜଙ୍କ ସହିତ ବହୁ ସ୍ଥାନୀୟ ଲୋକ ସାମିଲ ହୋଇ ଥିଲେ।