ବିଏସଏଫ ଏବଂ ପଞ୍ଜାବ ପୋଲିସ ଦ୍ୱାରା କରାଯାଇଥିବା ସର୍ଚ୍ଚ ଅପରେସନରେ ପଞ୍ଜାବର ତରନ ତାରନ ଜିଲ୍ଲାର ମସ୍ତଗଡ଼ ଗାଁରୁ ଏକ ପାକିସ୍ତାନୀ ଡ୍ରୋନ ଜବତ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଏସଏଫ ଦ୍ୱାରା ଡ୍ରୋନ୍ ଜବତ ହେବାର ଏହା ହେଉଛି ତୃତୀୟ ଘଟଣା । ପଞ୍ଜାବର ତରନ ତାରନ୍ ଜିଲ୍ଲାର ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ଏକ ଫାର୍ମରୁ ଚୀନ୍ ନିର୍ମିତ ଡ୍ରୋନ୍ ଉଦ୍ଧାର କରାଯାଇଛି। ବିଏସଏଫର ଜଣେ ମୁଖପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି। ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ପଞ୍ଜାବ ପୋଲିସ ଶୁକ୍ରବାର ସର୍ଚ୍ଚ ଅପରେସନ ସମୟରେ ନୁରୱାଲା ଗ୍ରାମ ନିକଟସ୍ଥ ଏକ କ୍ଷେତରୁ ଡ୍ରୋନଟିକୁ ଠାବ କରିଥିଲେ। ଏହା ଚୀନନିର୍ମିତ ‘ଡିଜେଆଇ ମାଭିକ୍-୩ କ୍ଲାସିକ୍’ ଡ୍ରୋନ୍ ବୋଲି ମୁଖପାତ୍ର କହିଛନ୍ତି।