ଏହି ସୂଚନା ଦେଉଛନ୍ତି ମୁକେଶ ମହାଲିଙ୍ଗ ।ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ ଯୋଗ ଦିବସ । ଏଠାରେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।ଏହି ଅବସରରେ ସେ କହିଥିଲେ, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଖୋଲିବ ଆରୋଗ୍ୟମ୍ ସେଣ୍ଟର । ଭାରତ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ଗ୍ରାମ ପଞ୍ଚାୟତରେ ଆରୋଗ୍ୟ ସେଣ୍ଟର ଖୋଲାଯିବା ନିମନ୍ତେ ପ୍ରସ୍ତାବ ରହିଛି। ପ୍ରତି ସେଣ୍ଟରରେ ଜଣେ ଲେଖାଏଁ ଯୋଗ ପ୍ରଶିକ୍ଷକ ରହିବେ। ଯୋଗ ଓ ଆର୍ୟୂବେଦର ପ୍ରଚାର, ପ୍ରସାର ପାଇଁ କେନ୍ଦ୍ର ସହ ମିଶି ଆମେ ପ୍ରମୁଖ ଭୂମିକା ତୁଲାଇବୁ।