ସେଣ୍ଟ୍ରାଲ ଜାପାନରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ ସୁନାମି ସତର୍କ ସୂଚନା ନାହିଁ ବୋଲି ଜାପାନ ପାଣିପାଗ ବିଭାଗ (ଜେଏମ୍ଏ) କହିଛି। ସ୍ଥାନୀୟ ସମୟ ସକାଳ ୬ଟା ୩୧ ମିନିଟରେ ଆସିଥିବା ଏହି ଗଭୀର ଝଟକା ନୋଟୋ ଉପଦ୍ୱୀପରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି । ପ୍ରଥମ ଭୂମିକମ୍ପର ୧୦ ମିନିଟ୍ ପରେ ସେହି ଅଞ୍ଚଳରେ ଦ୍ୱିତୀୟ, ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଜେଏମ୍ଏ କହିଛି।