ଏପ୍ରିଲ ୧୯ରେ ଦେଶରେ ସାଧାରଣ ନିର୍ବାଚନ। ଫଳାଫଳ ବାହାରିବ ଜୁନ ୪ ୨୦୨୪ ରେ। କିନ୍ତୁ ଭୋଟ ଦେବା ପାଇଁ ଲୋକଙ୍କୁ ତାଙ୍କ ସମ୍ବିଧାନିକ ହକ ବିଷୟରେ ସଚେତନ କରିବା ଏହି ନିର୍ବାଚନ ସମୟରେ ସବୁଠୁ ଅଧିକ ଜରୁରୀ ହୋଇଥାଏ। କାରଣ ଜନସାଧାରଣ ଯଦି ଭୋଟ ମାଧ୍ୟମରେ ନିଜ ହକ ଜାହିର କରି ନିଜ ନେତା ନ ବାଛିବେ ତାହାଲେ ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ ହୋଇଥାଏ। ତେଣୁ ଆପଣଙ୍କର ଗୋଟିଏ ଭୋଟ ଦେଶ ପାଇଁ ବହୁତ ମୂଲ୍ୟବାନ। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତରେ ନିର୍ବାଚନ କମିଶନ ମତଦାନକୁ ନେଇ ଭୋଟରଙ୍କୁ ସଚେତନ କରିବା କ୍ଷେତ୍ରରେ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏବେ ପ୍ରଥମ ଥର ଲାଗି ଏପରି ହୋଇଛି କି ୬୦ଫୁଟ୍ ପାଣି ତଳୁ ଲୋକଙ୍କୁ ଭୋଟ ଦେବା ଲାଗି ସଚେତନ କରାଯାଉଛି । ଭୋଟରଙ୍କୁ ସଚେତନ କରିବା ପାଇଁ ଚେନ୍ନାଇରେ ସ୍କୁବା ଡାଇଭିଂ କରୁଥିବା ଲୋକମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।ଚେନ୍ନ୍ନାଇର ନୀଳାଂକରଇରେ ସମୁଦ୍ରରେ ୬୦ ଫୁଟ ଗଭୀରକୁ ଯାଇ ସ୍କୁବା ଡାଇଭରମାନେ ମତଦାନର ପୁରା ପ୍ରକ୍ରିୟା ବିଷୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି । ନିର୍ବାଚନ କମିଶନ ପକ୍ଷରୁ ଏହାର ଏକ ଭିଡିଓ ବି ଜାରି କରାଯାଇଛି ।
#WATCH | Election Commission of India tweets "In a unique voter awareness initiative, scuba divers in Chennai dove into the sea, enacting the voting process sixty feet underwater in Neelankarai."
(Source: ECI) pic.twitter.com/flnD09EPMf
— ANI (@ANI) April 12, 2024
ଭିଡିଓ ଜାରି କରି ନିର୍ବାଚନ କମିଶନ ଲେଖିଛନ୍ତି, ଏକ ଅଭିନବ ମତଦାତା ସଚେତନତା ଅଭିଯାନ ଜରିଆରେ ଚେନ୍ନାଇରେ ସ୍କୁବା ଡାଇଭରମାନେ ନୀଳାଂକରଇରେ ୬୦ ଫୁଟ ପାଣି ତଳେ ମତଦାନ ପ୍ରକ୍ରିୟା ଆୟୋଜନ କରିଛନ୍ତି । ତାମିଲନାଡୁରେ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ଅଭିନଵ ଉପାୟରେ ସ୍କୁଲ ପିଲାମାନଙ୍କ ଦ୍ୱାରା ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ତ୍ରିରଙ୍ଗା ରଙ୍ଗର ପୋଷାକ ଓ ବେଲୁନ ଧରି ପ୍ରାୟ ୫ହଜାର ପିଲାମାନେ ମିଶି ଭୋଟ ସଚେତନତା କାମ କରୁଛନ୍ତି।
#WATCH | Tamil Nadu: 5,000 school students participate in voter awareness program; released tri-colour helium balloons, in Tiruchirappalli. pic.twitter.com/QwIcNTZobM
— ANI (@ANI) April 12, 2024