ପବିତ୍ର ଇଦ୍ ଉଲ୍ ଫିତର ଅବସରରେ ସାଉଦି ଆରବ ପାକିସ୍ତାନ ପାଇଁ ଏକ ଖୁସି ଖବର ଆଣିଦେଇଛି । ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାରର ଆର୍ଥିକ ସହାୟତା ମିଳିବ । ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିପି)ରେ ସାଉଦି ଜମା ରାଶିକୁ ୨ ବିଲିୟନ ଡଲାର ବୃଦ୍ଧି କରାଯିବ ବୋଲି କୁହାଯାଇଛି। ଅର୍ଥାତ୍ ଏହି ପରିମାଣ ବର୍ତ୍ତମାନର ୩ ବିଲିୟନ ଡଲାରରୁ ୫ ବିଲିୟନ ଡଲାରକୁ ବୃଦ୍ଧି କରାଯାଇଥିବା ସ୍ପଷ୍ଟ କରାଯାଇଛି ।