ଟେସ୍ଲାର ସିଇଓ ଏବଂ ନିଲିୟନେୟାର ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦୁନିଆର ସବୁଠାରୁ ଅଧିକ ଫଲୋ କରାଯାଇଥିବା ନେତା ହେବା ପାଇଁ ଶୁକ୍ରବାର ଦିନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଏକ୍ସ ହ୍ୟାଣ୍ଡେଲରେ ରାଜନେତାମାନଙ୍କୁ ଭେଟିବା ଏବଂ କାର୍ଯ୍ୟକ୍ରମର ଫଟୋ ସେୟାର କରନ୍ତି । ଏଥିସହ ସେ ଅନେକ କାର୍ଯ୍ୟର ମଧ୍ୟ ସୂଚନା ଦିଅନ୍ତି । ଏହି ଅବସରରେ ମସ୍କ ତାଙ୍କୁ ମାଇକ୍ରୋବ୍ଲଗିଂ ସାଇଟରେ ଏହି ରେକର୍ଡ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।”ସବୁଠାରୁ ଅଧିକ ଫଲୋୟର୍ସ ଥିବା ବିଶ୍ୱ ନେତା ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ!” ବୋଲି ସେ ଟ୍ୱିଟ୍ କରିଛନ୍ତି।
ଜୁଲାଇ ୧୪ ତାରିଖରେ, ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ତାଙ୍କର ଐତିହାସିକ ମାଇଲଖୁଣ୍ଟ ବିଷୟରେ ଘୋଷଣା କରିଥିଲେ ଏବଂ ତାଙ୍କର ମୋଟ ଅନୁଗାମୀ ସଂଖ୍ୟା କ୍ରୀଡ଼ାବିତ୍, ରାଜନେତା ଏବଂ ସେଲିବ୍ରିଟିଙ୍କୁ ଅତିକ୍ରମ କରିଥିଲା। ସେ ଏକ ପୋଷ୍ଟ୍ କରି ଲେଖିଥିଲେ, ‘‘ଏକ୍ସରେ ଶହେ ମିଲିୟନ୍! ମୁଁ ଏଭଳି ଏକ ମାଧ୍ୟମରେ ରହି ବେଶ ଖୁସି। ଆଗକୁ ମଧ୍ୟ ଏହା ଜରିଆରେ ଆଲୋଚନା, ବିତର୍କ, ଅନ୍ତର୍ଦୃଷ୍ଟି, ଲୋକଙ୍କ ଆଶୀର୍ବାଦ, ଗଠନମୂଳକ ସମାଲୋଚନା କରିବାକୁ ଅଧିକ ପସନ୍ଦ କରିବି। ଭବିଷ୍ୟତରେ ମଧ୍ୟ ସମାନ ଭାବରେ ଏହି ମାଧ୍ୟମରେ ଜଡ଼ିତ ହୋଇ ରହିବି’’