ଲୋକପ୍ରିୟ ୟୁଟ୍ୟୁବର ତଥା ବିଗବସ୍ ଓଟିଟି-୨ର ବିଜେତା ଏଲଭିଶ ଯାଦବ ଗିରଫ। ସାପ ବିଷ ମାମଲାରେ ବଡ଼ ଆକ୍ସନ ନେଇଛି ନୋଏଡା ପୋଲିସ। ସାପ ବିଷ ମାମଲାରେ ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କୁ ଗିରଫ କଲା ପୁଲିସ । ତାଙ୍କୁ ଖୁବ୍ ଶୀଘ୍ର କୋର୍ଟରେ ହାଜର କରାଯିବ । ଗତ ବର୍ଷ ସେକ୍ଟର ୩୯ରେ ନୋଏଡା ପୁଲିସ ଏହି ମାମଲାରେ ଅଭିଯୋଗ ପାଇଥିଲା । ନୋଏଡାରେ ହୋଇଥିବା ରେଭ୍ ପାର୍ଟିରୁ ଯେଉଁ ନମୁନା ସଂଗ୍ରହ ହୋଇଥିଲା ତାକୁ ଯାଞ୍ଚ ପାଇଁ ଜୟପୁର ପରୀକ୍ଷାଗାରକୁ ପଠାଯାଇଥିଲା । ନମୁନାର ଏଫଏସଏଲ୍ ରିପୋର୍ଟରେ କୋବ୍ରା କ୍ରେଟ୍ ପ୍ରଜାତିର ସାପ ବିଷ ମିଳିଥିଲା । ଗତ ବର୍ଷ ନଭେମ୍ବରରେ ନୋଏଡା ପୁଲିସ ବଡ ଖୁଲାସାକରି ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ।ଏହି ମାମଲାରେ ପୋଲିସ ୫ଜଣଙ୍କୁ ଗିରଫ କରିଥିଲା। ରାହୁଲ, ଟିଟୁନାଥ, ଜାକରନ୍, ନାରାୟଣ ଏବଂ ରବିନାଥଙ୍କୁ ଗିରଫ କରିଥିଲା ପୋଲିସ ।ଏଥିରେ ଏଲଭିଶ ଯାଦବ ମଧ୍ୟ ଜଣେ ଅଭିଯୁକ୍ତ ଥିଲେ। ସେମାନଙ୍କ ନିକଟରୁ ପାଞ୍ଚ ପ୍ରଜାତିର ୯ ସାପ ମିଳିଥିଲେ ଆଉ ବିଷ ମଧ୍ୟ ଜବତ ହୋଇଥିଲା। ପୋଲିସ ରାହୁଲଙ୍କଠାରୁ ୨୦ମିଲିଲିଟର ବିଷ ଜବତ କରିଥିଲା। ସେ ସାପ ବିଷ ବିକିବା ସହ ରେଭ୍ ପାର୍ଟି ଆୟୋଜିତ କରୁଥିଲେ ଯେଉଁଥିରେ ଯୁବପିଢିମାନେ ସ୍ନେକ ବାଇଟ୍ ନେଉଥିଲେ । ଫରେନସିକ୍ ରିପୋର୍ଟ ଆସିବା ପୂର୍ବରୁ ମଧ୍ୟ ଏଲଭିଶ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ ନୋଏଡା ରେଭ୍ ପାର୍ଟି ସମୟରେ ସେ ମୁମ୍ବାଇରେ ଥିଲେ ଏବଂ ତାଙ୍କର ଏହି ମାମଲା ସହିତ କୌଣସି ସମ୍ପର୍କ ନାହିଁ। ନୋଏଡା ପୋଲିସ ତାଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲା । ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି ।