ବିଜେଡିରେ ଯୋଗ ଦେଲେ ବିଶିଷ୍ଟ ଶିଳ୍ପପତି ସନ୍ତୃପ୍ତ ମିଶ୍ର ।ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ । ସନ୍ତୃପ୍ତଙ୍କ ଜନ୍ମସ୍ଥାନ ପୁରୀ ବୀରପ୍ରତାପପୁର ହୋଇଥିବା ବେଳେ ଦୀର୍ଘଦିନ ହେବ ଦେଶର ବଡ ଉଦ୍ୟୋଗରେ ଉଚ୍ଚପଦବୀରେ କାମ କରି ଆସୁଥିଲେ । ଗତ ମାସକ ତଳେ ସନ୍ତୃପ୍ତ ଚାକିରି ଛାଡି ଓଡ଼ିଶା ଫେରିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ବିଜେଡିର ବିଭିନ୍ନ ମନ୍ତ୍ରୀମାନଙ୍କ ସାମ୍ନାରେ ଦଳରେ ସାମିଲ ହୋଇଛନ୍ତି ସଂତୃପ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତୃପ୍ତଙ୍କର ଅନେକ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଦଳରେ ସାମିଲ ହେବା ପରେ ସଂତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି। ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ। ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି। କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା।