ତିନି ଦିନର ବିରତି ପରେ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ସବୁ ବିଭାଗର ଖର୍ଚ୍ଚଦାବି ଆଲୋଚନା ମଧ୍ୟରେ ବ୍ୟୟ ମଞ୍ଜୁରୀ ବିଲକୁ ଗୃହରେ ପାରିତ ହୋଇଛି। ଗୃହରେ ଆଗତ ହୋଇଛି। ୨୦୨୪-୨୫ ବଜେଟର ବ୍ୟୟମଞ୍ଜୁରୀ ବିଲ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲକୁ ଗୃହରେ ଆଗତ କରିଛନ୍ତି।
ସୂଚନା ଅନୁସାରେ, ଗତ ଜୁଲାଇ ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ୨ଲକ୍ଷ ୬୫ହଜାର କୋଟି ଟଙ୍କା ବ୍ୟୟବରାଦ ରହିଛି ବଜେଟରେ। ଗତବର୍ଷ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ। ବଜେଟରେ ନୂଆ ସରକାର ୧୯ଟି ନୂଆ ଯୋଜନା ଆଣିବାକୁ ଘୋଷଣା କରିଛନ୍ତି। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ପାରିତ ହୋଇଥିବାବେଳେ ଗିଲୋଟିନରେ ୨୩ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି।