ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ ଧରଣର ଚଢ଼ାଉ ଜାରି ରହିଛି । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ୍ ଜାଲ୍ ନେଇ ଏହି ଚଢ଼ାଉ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ ସ୍ଥାନରେ ସିବିଆଇ ଚଢ଼ାଉ କରୁଛି। ବାଲେଶ୍ୱର, ଭଦ୍ରକ,କଳାହାଣ୍ଡି, ନୂଆପଡା, ରାୟଗଡା ଅଞ୍ଚଳରେ ରେଡ ଚାଲିଛି । ଏହି ଚଢଉରେ ୧୨୨ ସିବିଆଇ ଅଫିସରଙ୍କ ସହ ଅନ୍ୟ ୨୦୪ ଅଫିସର ନିଯୁକ୍ତ ହୋଇଛନ୍ତି । ଏହି ଜାଲ ସାର୍ଟିଫିକେଟ ଅଭିଯୋଗରେ ୬୩ ଜଣ ଜାଲ ସାର୍ଟିଫିକେଟ ଦେଇଥିବାର ଅଭିଯୋଗ ହୋଇଛି । ସିବିଆଇ ପାଖରେ ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।