କଟକ: ସୈତାନ ସାଜିଲେ ମା’-ବାପା । ନିଜ ଜନ୍ମ କଲା ପୁଅକୁ ମାରି ମାଟିରେ ପୋତିଦେଲେ ନୃଶଂସ ମାଆ ଓ ବାପା ।କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାପାମା’ଙ୍କ ନାଁରେ ଅଭିଯୋଗ ଆଣି ପୋଲିସକୁ ଜଣାଇଲେ ଗ୍ରାମବାସୀ । ଚୌଦ୍ଵାର ପୋଲିସ ଖବର ପାଇ ବାପା ରାଜୁ ହେମ୍ବ୍ରମ ଓ ମା’ ସୋମ୍ୱାରି ହେମ୍ବ୍ରେମ’ଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏଥିସହ ମୃତ ଶିଶୁପୁତ୍ରର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଅର ଶବକୁ ଜବତ କରି ପୋଲିସ ସବୁ ଦିଗରୁ ଛାନ୍ଭିନ୍ କରୁଛି । ଅନ୍ୟପଟେ ପୁଅର ଦେହ ଖରାପ ଥିଲା, ମୃତ୍ୟୁ ହେବାରୁ ପୋତି ଦେଇଥିବା କହିଛନ୍ତି ବାପାମା’ । ତେବେ ଏଭଳି ଜଘନ୍ୟ କାଣ୍ଡର କରିବାର ସଠିକ୍ କାରଣ କଣ ଜଣାପଡିନି ।