ଇରାନ ଆକ୍ରମଣ ଆଶଙ୍କାକୁ ନେଇ ଇସ୍ରାଏଲକୁ ସୈନ୍ୟବଳ ପଠାଇଛି ଆମେରିକା । ଭାରତର ବୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲ ଏବଂ ଇରାନରେ ଥିବା ଭାରତୀୟଙ୍କ ପାଇଁ ସତର୍କତା ଜାରି କରିଛି । ଇରାକ ଓ ଇରାନକୁ ଯିବାକୁ ଥିବା ଭାରତୀୟଙ୍କ ଗସ୍ତ ଉପରେ କଟକଣା ଲଗାଯାଇଛି । କେବଳ ଭାରତ ନୁହେଁ ଆମେରିକା ଏବଂ ଫ୍ରାନ୍ସ ମଧ୍ୟ ସେମାନଙ୍କ ନାଗରିକଙ୍କୁ ଏହି ଦୁଇ ଦେଶକୁ ଯିବା ପାଇଁ ବାରଣ କରିଛି ।