ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଫାଇଟର୍’ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ଧମାଲ କରିବା ଆରମ୍ଭ କରିଛି। ଗଣତନ୍ତ୍ର ଦିବସର ଗୋଟାଏ ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ଉଭୟ ଦର୍ଶକ ଏବଂ ସମୀକ୍ଷକଙ୍କମାନେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ଫିଲ୍ମର ଭିଜୁଆଲ୍ ଏବଂ କଳାକାରଙ୍କ କାମକୁ ଖୁବ ପସନ୍ଦ କରିଛନ୍ତି।ଫାଇଟର୍’ ରିଲିଜ୍ ହେବା ପୂର୍ବରୁ ଆଶା କରାଯାଉଥିଲା ଯେ ଫିଲ୍ମଟି ଗଣତନ୍ତ୍ର ଦିବସର ଗୋଟାଏ ଦିନ ପୂର୍ବରୁ ରିଲିଜ ହେଉଥିବାରୁ ଛୁଟିଦିନର ଭଲ ଆୟ କରିବ ବୋଲି ଆଶା କରାଯାଉଥିଲା, ଯାହା ଏବେ ପ୍ରମାଣ ହୋଇଛି। ଫିଲ୍ମଟି ଖୁବ କମ ଦିନରେ ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି। ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ଫିଲ୍ମଟି ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଜଣାପଡ଼ିଛି।ସପ୍ତାହ ଶେଷରେ ଅର୍ଥାତ୍ ଏହି ଚଳଚ୍ଚିତ୍ରଟି ପ୍ରଥମ ୪ଦିନରେ ଭାରତରେ ମୋଟ ୧୧୮.୫୦ କୋଟି ଟଙ୍କା ଆୟ କରିଛି।