ନୂଆଦିଲ୍ଲୀ: ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ । ୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୬ରେ ଜିଡିପି ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବା ନେଇ ଆକଳନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି । ଏଥିରେ୨୦୨୫-୨୬ ଆର୍ଥିକ୍ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଇଛି । ଯାହା ଗତ ୪ ବର୍ଷରେ ସବୁଠୁ କମ୍ ଅଭିବୃଦ୍ଧି ହାର । ୨୦୨୪ ଜୁଲାଇ ୨୨ରେ ହୋଇଥିବା ଆର୍ଥିକ୍ ସର୍ଭେରେ କୁହାଯାଇଥିଲା ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ମିଳିତ ଅଧିବେଶନରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୫-୨୬ ଆର୍ଥକ ବର୍ଷରେ ଦେଶର ଅଭିବୃଦ୍ଧ ହାର ୬.୩ରୁ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି । ଆର୍ଥିକ ସର୍ଭେ ରିପୋର୍ଟରେ ଆର୍ଟଫିସିଆର୍ ଇଣ୍ଟେଲିଜେନ୍ସି ପାଇଁ ରୋଜଗାର ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଚେତାଇ ଦିଆଯାଇଛି । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହ୍ରାସ କାରଣ ଉଲ୍କେଖ ରହିଛି ।