ଦେଶର ରାଜଧାନୀ ଦିଲ୍ଲୀର ଶାହାଦରାର ବିବେକ ବିହାର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୧୨ ନବଜାତ ଶିଶୁଙ୍କ ମଧ୍ୟରୁ ୬ ଜଣଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି। ଜଣେ ନବଜାତ ଶିଶୁର ମୃତ୍ୟୁ ପୂର୍ବରୁ ହୋଇସାରିଥିଲା। ଫଳରେ ଏହି ଘଟଣାରେ ୭ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ସେହିପରି ପାଞ୍ଚ ଜଣ ନବଜାତ ଶିଶୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଅଧିକାରୀ କହିଛନ୍ତି ଯେ ବିଲଡିଂରୁ ୧୨ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ଡାକ୍ତରଖାନାରେ ଚିକିତ୍ସା ସମୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଶିଶୁକୁ ମୃତ ଅବସ୍ଥାରେ ନିଆଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।