ଗୁଜରାଟ ନିକଟରେ ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ। ଆଜି ଗୁଜରାଟର ବଲସଦରେ ତିରୁଚିରାପଲ୍ଲୀ ଜଙ୍କସନ ଏବଂ ଶ୍ରୀ ଗଙ୍ଗନଗର ମଧ୍ୟରେ ଚାଲୁଥିବା ହମସଫର ଏକ୍ସପ୍ରେସର ନିଆଁ ଲାଗିଛି। ଏକ୍ସପ୍ରେସର ବ୍ରେକ ଭ୍ୟାନ୍ କୋଚରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଦିନ ୨.୩୦ରେ ଏହି ଘଟଣା ହମସଫର ଏକ୍ସପ୍ରେସରେ ଘଟିଥିଲା। ଟ୍ରେନର ଯାତ୍ରୀମାନେ ଗୋଟିଏ କୋଚରୁ ଧୂଆଁ ବାହାରୁଥିବା ଦେଖିବା ପରେ ନିଆଁ ଲାଗିବା କଥା ସାମ୍ନାକୁ ଆସିଥିଲା।କୁହାଯାଉଛି ଯେ, ରେଳ ଅଧିକାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବ୍ରେକ ଭ୍ୟାନ୍ କୋଚରେ ନିଆଁ ଲାଗିବା ପରେ ସଂଲଗ୍ନ କୋଚର ସମସ୍ତ ଯାତ୍ରୀଙ୍କୁ ନିରାପଦରେ ବାହାରକୁ ଅଣାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହେବା ଖବର ଆସିନାହିଁ। ଏହା ସହ ଟ୍ରେନରୁ ନିଆଁ ଲାଗିଯାଇଥିବା କୋଚକୁ ଅଲଗା କରିଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।