ଅସହ୍ୟ ତାତି । ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏମିତିରେ ଦୁଇ ଦିନ ହେଲାଣି ଜଳୁଛି ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲ । ବରସୁଆଁ ବନାଞ୍ଚଳ ଅଧୀନ ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ବହୁ ମୂଲ୍ୟବାନ ଗଛ ଜଳିଯିବା ସହ ଅନେକ ଜୀବଜନ୍ତୁଙ୍କ ପ୍ରାଣ ବିପଦରେ । ନିଆଁର ପ୍ରକୋପ ଏତେ ରହିଛି ଯେ, ଅନେକ ଦୂରରୁ ମଧ୍ୟ ଦାହା ଦୃଶ୍ୟମାନ ହେଉଛି । ଏହିଭଳି ସ୍ଥିତି ହେବା ଦ୍ୱାରା ଆମ ପ୍ରାକୃତିକ ସମ୍ପଦ ଅସୁରକ୍ଷିତ ମନେହେଉଛି। ଗ୍ରୀଷ୍ମ ପ୍ରବାହ ବଢିବା ସହ ଓଡ଼ିଶାର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହା ପ୍ରତି ପ୍ରଶାସନ ନିହାତି ନିଘା ଦେବା ଉଚିତ।