ପୂର୍ବରୁ ଥରେ ନରେଂସ ବ୍ୟାଙ୍କ ପକ୍ଷରୁ ସଲମାନ ଖାନ୍ଙ୍କୁ ଦୁଇ ଥର ଧମକ ମିଳିଥିଲା । ଆଜି ସକାଳ ସମୟରେ ଫାୟାରିଂ କରିଥିଲେ ଦୁର୍ବୁତ୍ତ । ସଲମାନଙ୍କ ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆଗରେ ଦୁଇ ବାଇକ ଆରୋହି ଚାରି ରାଉଣ୍ଡ ଫାୟାରିଂ କରିଥିଲେ । ଏହା ପରେ ତାଙ୍କ ଘରର ସୁରକ୍ଷା ବଢାଇଦିଆଯାଇଛି । ମୁମ୍ବାଇ ପୋଲିସ ର କ୍ରାଇମ ବ୍ରାଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି । ଫରେନସିକ୍ ଟିମ ପକ୍ଷରୁ ଘଟଣା ସ୍ଥଳର ଯାଞ୍ଚ ଆରମ୍ଭ ହୋଇଛି । ଜୁନ୍ ୨୦୨୨ ଏବଂ ମାର୍ଚ୍ଚ ୨୦୨୩ ରେ ସଲମାନଙ୍କୁ ମିିଳିଥିଲା ଧମକ । ଏହା ପରେ ତାଙ୍କୁ ୱାଇ ପ୍ଳସ ସିକୁ୍ୟରିଟି ସହ ୧୧ ଯବାନ ତାଙ୍କ ସୁରକ୍ଷା ଦାୟିତ୍ୱ ରେ ରହିଥିଲେ ।