ମକର ପୂର୍ବରୁ ଗୁଡି ଉଡ଼ା ଏବେ ଲୋକଙ୍କ ଲାଗି ସାଜିଛି ବିପଦ । ଗୁଡ଼ି ଉଡାରେ ମାଞ୍ଜାସୁତା ସହ ଚାଇନା ସୁତା ବ୍ୟବହାର କରାଯିବା ଫଳରେ ଏହା ଲୋକଙ୍କ ଲାଗି ବିପଦ ସାଜିଛି । ଗତ ଦୁଇ ଦିନ ଭିତରେ ବାଲେଶ୍ୱର ସହରରେ ଦୁଇ ବ୍ୟକ୍ତି ଗୁଡ଼ି ସୂତାରେ ଆହତ ହେବା ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ରାସ୍ତାଘାଟ ଓ ଜନଗହଳି ସ୍ଥାନରେ ଗୁଡ଼ି ଉଡାଇବା ଲାଗି କଟକଣା ଲାଗିଛି । ସେପଟେ ମାଞ୍ଜାସୁତା ଓ ଚାଇନା ସୁତା ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ପ୍ରଶାସନ ।ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ ଅନେକ ରକ୍ତାତ ହେଉଛନ୍ତି ।ବାଲେଶ୍ୱର ସହରରେ ଦୁଇ ଦିନରେ ଦୁଇ ଦୁଇଟି ଘଟଣା ପ୍ରଶାସନର ନିଜରକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଗୁଡି ଉଡା ଉପରେ କଟକଣା ଲଗାଯିବା ସହ ମାଞ୍ଜାସୁତା ବ୍ୟବହାର କଲେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।