ନାରୀ ଦୁନିଆର କେଉଁଠି ସୁରକ୍ଷିତ? କଣ କଲେ କମିବ ନାରୀ ନିର୍ଯାତନା? କେଉଁଠି ନାରୀଙ୍କୁ ଭୃଣ ଅବସ୍ଥାରେ ହତ୍ୟା କରାଯାଉଛି ତ ପୁଣି କେଉଁଠି ତାଙ୍କୁ ପିଲାଦିନୁ ବିକ୍ରି କରିଦିଆଯାଉଛି। ସେମିତି ଏକ ଖବର ପାକିସ୍ଥାନରୁ ଆସିଛି। ୧୨ ବର୍ଷର ନାବାଳିକାଙ୍କୁ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କ ସହ ବିବାହ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ନାବାଳିକାକୁ ବିବାହ କରୁଥିବା ଅଭିଯୋଗରେ ସମ୍ପୃକ୍ତ ବୃଦ୍ଧଙ୍କୁ ପୁଲିସ୍ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଝିଅର ପିତା ଆଲାମ ସୟଦ ତାଙ୍କ ଝିଅକୁ ସମ୍ପୃକ୍ତ ବୃଦ୍ଧଙ୍କୁ ୫୦୦,୦୦୦ ପାକିସ୍ତାନୀ ଟଙ୍କାରେ ବିକ୍ରି କରିଥିଲେ।ବାଲ୍ୟ ବିବାହ ଅଧିନିୟମ ଅନୁଯାୟୀ ଝିଅର ପିତା ଏବଂ ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ବାଲ୍ୟବିବାହ ବିରୁଦ୍ଧରେ ଆଇନ ସତ୍ତ୍ବେ ପାକିସ୍ତାନରେ ଏଭଳି ଘଟଣା ଘଟୁଛି।