ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଆସନ୍ତା ୨୫ ତାରିଖରେ ମିଳିଥାନ୍ତା ଟଙ୍କା । ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ସବିଶେଷ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ନଥିବାରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । E kyc ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ । ଏ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ।
ଏବେ ଗାଁ ରେ ଯାଞ୍ଚ ଚାଲିଛି । ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ଵାୟ ମେଟ୍ରିକରେE kyc କରିବାକୁ ପରାମର୍ଶ ଦେଲେ ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ନେଇ ସମ୍ଭାବନା ରହିଛି ବ୍ଲକ ଅଫିସ,ଅଙ୍ଗନୱାଡି ସରପଞ୍ଚଙ୍କୁ ଅଭିଯୋଗ ସମ୍ପର୍କରେ ଅବଗତ କରନ୍ତୁ । ଟଙ୍କା ପାଇନଥିଲେ ପୋର୍ଟାଲ ରେ ଅଭିଯୋଗ କରନ୍ତୁ ।