ଆସନ୍ତା ଜୁଲାଇରୁ ବିଜୁଳି ବିଲ୍ ଆସିବନି। ବିଜେଡି ସରକାର ବିଜୁଳ ମାଗଣା ଦେବ ବୋଲି ବୋଲି ରାଉରକେଲାରେ ବୁଧବାର ହାଇଭୋଲଟେଜ୍ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ସାରା ରାଉରକେଲା ଦେଖୁଛି ରାଜ୍ୟର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର । ବିଜେଡିର ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଏହି ପ୍ରଚାର ଭିଡ଼ ଭିତରେ ମୁଖ୍ୟମନ୍ତ୍ରୀ ଏକ ବିରାଟ ଘୋଷଣା କରିଛନ୍ତି । ଅ।ସନ୍ତା ଜୁଲାଇରୁ ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଏହା ନବୀନଙ୍କ ଗ୍ୟାରେଣ୍ଟି ବୋଲି ସେ ପ୍ରକାଶ କରିଛନ୍ତି । ମାଗଣା ବିଜୁଳି ସହିତ ସରକାରୀ ଚାକିରି ପାଇଥିବା ବ୍ୟକ୍ତିଙ୍କ ସମେତ ସାରା ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ବିଏସକେୱାଇ କାର୍ଡ ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି । ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏ ନେଇ ବଡ଼ ଘୋଷଣା କରିଛନ୍ତି ।