ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶର ୮୦ କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଗକୁ ଦୀପାବଳି ଗୋଟିଏ ସପ୍ତାହ ବାକି ଥିବା ବେଳେ ଏହି ଯୋଜନାରେ ସମ୍ପ୍ରସାରଣ ଘୋଷଣା କରି ଗରିବଲୋକମାନଙ୍କୁ ସରକାର ଉପହାର ଦେଇଛନ୍ତି । ଛତିଶଗଡର ଦୁର୍ଗରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ବିଶେଷକରି ଗରିବମାନେ ଖାଦ୍ୟ ଓ ପାନୀୟ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଗରିବ ଜନସଂଖ୍ୟାକୁ ସାହାଯ୍ୟ କରିବା ପାଇଁ ମାଗଣା ରେସନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ପାଞ୍ଚ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଆନ୍ତି । କେନ୍ଦ୍ର ସରକାର ପ୍ରଥମେ ଏହାକୁ ୩୦ ଜୁନ୍ ୨୦୨୦ ରେ ଆରମ୍ଭ କରିଥିଲେ । ଏହା ପରେ ଏହାକୁ ଅନେକ ଥର ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହି ଯୋଜନା ଡିସେମ୍ବର ୨୦୨୩ ଅର୍ଥାତ୍ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି । ବର୍ତ୍ତମାନ ୫ ବର୍ଷର ସମ୍ପ୍ରସାରଣ ପରେ, ଲୋକମାନେ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପାଇବେ ।