ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ । ପରିବେଶ ସ୍ୱଚ୍ଛ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଏ ( ଇଣ୍ଟରନ୍ୟାସନାଲ ଡେ’ ଫର୍ ବ୍ଲୁ ସ୍କାଏଜ ) । ଏହି ଦିବସ ଅବସରରେ ରାଜଧାନୀ ସହରାଞ୍ଚଳ ପରିବହନ – କ୍ରୁଟ୍ ପକ୍ଷରୁ ଆଜି ମାଗଣା ଇ-ବସ୍ ଓ ଇ-ରିକ୍ସା ସେବା ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ଆଜି କ୍ରୁଟ୍ର ଇ-ବସ୍ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ସ୍ୱଚ୍ଛ ବାୟୁ ଦିବସ ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଦୂଷଣ କମାଇବା ଲକ୍ଷ୍ୟରେ ରାଜଧାନୀର ୧୦ଟି ରୁଟ୍ରେ ଗଡୁଛି ଇ-ବସ । ଯାତ୍ରୀମାନେ ଆଜି ମାଗଣାରେ ଯାତ୍ରା କରିପାରିବେ। ଭୁବନେଶ୍ୱରରେ ୧୦ଟି ରୁଟ୍ରେ ଏବେ ୫୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା ଚଳାଚଳ କରୁଛି ।
@CRUT_BBSR & @bmcbbsr come together to celebrate #InternationalDayOfCleanAirForBlueSkies let's embark on a journey to a cleaner, greener future!On 7th September'23, hop on Mo E-Bus & Mo E-Ride & pledge to contribute towards sustainability 🍃 Let's pave the way for a green future. pic.twitter.com/dPsxbKU7Tv
— Capital Region Urban Transport (@CRUT_BBSR) September 6, 2023