ୱେବସାଇଟ ଗୁଡିକ ମଧ୍ୟରେ ପ୍ରଥମ ନାମ ଆମାଜନ ଏବଂ ଫ୍ଲିପକାର୍ଟର ଆସେ, ଏହା ପଛରେ ଏକ ବଡ଼ କାରଣ ହେଉଛି ସେମାନଙ୍କ ଜିନିଷ ଉପରେ ରିହାତି ରହିଛି । ବାସ୍ତବରେ, ଆପଣ ଏହି ୱେବସାଇଟ୍ ଗୁଡିକରେ ଯେକୌଣସି ଜିନିଷ କିଣୁଛନ୍ତି, ସେ ସବୁ ଜିନିଷ ବଜାର ଅପେକ୍ଷା ଅଧିକ ରିହାତିରେ ମିଳୁଛି ଯେଉଁଥିପାଇଁ ଗ୍ରାହକମାନେ ବହୁତ ସଞ୍ଚୟ କରିବାକୁ ସକ୍ଷମ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଏକ ସରକାରୀ ୱେବସାଇଟ ଅଛି ଯେଉଁଥିରେ ଏକ ସର୍ଭେ ମଧ୍ୟ କରାଯାଇଛି ଏବଂ ଏହା ଜଣାପଡିଛି ଯେ, ଏଥିରେ ଥିବା ଦ୍ରବ୍ୟର ମୂଲ୍ୟ ଅନଲାଇନ ସପିଂ ସାଇଟ ତୁଳନାରେ ବହୁତ କମ ଅଟେ।Gem ନାମକ ଏକ ସରକାରୀ ଅନ୍ଲାଇନ ବଜାର ଅଛି,ଯେଉଁ ସ୍ଥାନରେ କି ଅତି ଶସ୍ତା ମୂଲ୍ୟରେ ଜିନିଷ ବିକ୍ରୟ କରାଯାଏ । ଏଥିଯୋଗୁଁ ଏହି ଆପଟି ବହୁତ ଲୋକପ୍ରିୟ ଅଟେ । ଗ୍ରାହକମାନେ ଏହି ପ୍ଲାଟଫର୍ମରେ ଭଲ ଗୁଣବତ୍ତା ଜିନିଷ କିଣିପାରିବେ । ଏହି ସରକାରୀ ୱେବସାଇଟରେ ଦିଆଯାଉଥିବା ସମସ୍ତ ଦ୍ରବ୍ୟର ଗୁଣ ଅତୁଳନୀୟ ଅଟେ । ଏହି ୱେବସାଇଟରେ ସମସ୍ତ ଜିନିଷର ଗୁଣ ଉପରେ ଅନେକ ଗୁରୁତ୍ୱ ଦିଆଯାଉଛି ।୨୦୨୧-୨୨ ବର୍ଷରେ ହୋଇଥିବା ଅର୍ଥନୈତିକ ସର୍ଭେରେ ପ୍ରକାଶ ପାଇଥିଲା ଯେ, ୧୦ଟି ଏପରି ଜିନିଷ ଅଛି ଯାହା ଅନ୍ୟ ଇ-ବାଣିଜ୍ୟ ୱେବସାଇଟ୍ ତୁଳନାରେ ଶସ୍ତା ମୂଲ୍ୟରେ ସରକାରୀ Gem ପୋର୍ଟାଲରେ ଉପଲବ୍ଧ ହେଉଛି। ଏହି ଜିନିଷଗୁଡିକର ଗୁଣବତ୍ତା ସହିତ କୌଣସି ପ୍ରକାରର ଆପୋଷ ବୁଝାମଣା କରାଯାଏ ନାହିଁ । ଯେଉଁ ଜିନିଷଗୁଡିକର ମୂଲ୍ୟ କମ୍ ସେମାନଙ୍କ ଗୁଣବତ୍ତା ବହୁତ ଭଲ ରହିଥାଏ । ସର୍ଭେରୁ ଜଣାପଡିଛି ଯେ, ସରକାରୀ ୱେବସାଇଟରେ ଥିବା ୧୦ ଟି ଜିନିଷର ମୂଲ୍ୟ ଅନ୍ୟ ୱେବସାଇଟରେ ୯.୫ ପ୍ରତିଶତ ଅଧିକ ଅଟେ । ଏପରି ପରିସ୍ଥିତିରେ, ଯଦି ଗ୍ରାହକମାନେ Gemରୁ କିଣନ୍ତି, ତେବେ ସେମାନେ ବହୁତ ସଞ୍ଚୟ କରିପାରିବେ ।