କଂଗ୍ରେସର ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ସେ କହିଛନ୍ତି ଯଦି ଭୁଜବଳ ମାଝିଙ୍କ ପରିବାରର ୪ଜଣଙ୍କୁ ଟିକେଟ ମିଳିଲା ତାଙ୍କୁ ନବରଙ୍ଗପୁର ଲୋକସଭା ଆସନ ପାଇଁ ଟିକେଟ ଦିଆଗଲା ଓ ତାଙ୍କ ଝିଅ , ସଳା, ଓ ପୁତୁରାଙ୍କୁ ଦଳ ଟିକେଟ ଦେଲା ତେବେ ଆମ ପରିବାରରୁ ନା ମୋତେ ନା ମୋ ବାପା ଗିରିଧାରୀ ଗମାଙ୍ଗଙ୍କୁ ନା ମା’ ହେମା ଗମାଙ୍ଗଙ୍କୁ ଟିକେଟ ଦେଲା ଦଳ ? ଟିକେଟ ନଦେବା ପଛରେ ଗୋଟେ ବଡ ଧରଣର ଭିତିରିଆ ଡିଲ ହୋଇଛି ବୋଲି କହଛନ୍ତି ଶିଶିର । ଏହିପରି ପୂର୍ବତନ ମୁଖ୍ୟମନ୍ତନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ମଧ୍ୟ ଟିକେଟ ନ ମିଳିବା ନେଇ କ୍ଷୋଭ ପ୍ରକାଶ କରିଚନ୍ତି । ହେମାନନ୍ଦଙ୍କ ଝିଅ ଅମିତା କହିଛନ୍ତି ଯେ ମୋ ନାମ ପ୍ରାର୍ଥୀ ତାଲିକାର ସଟ ଲିଷ୍ଟରେ ଥିଲା । କିନ୍ତୁ ଦଳ ମୋତେ ପ୍ରାର୍ଥୀ କଲା ନାହିଁ । ପୂର୍ବରୁ କୁହାଯାଉଥିଲା ପଚାଶ ପ୍ରତିଶତ ମହିଳାଙ୍କୁ ଦଳ ପ୍ରାର୍ଥୀ କରିବ । ତାହା ମଧ୍ୟ ପାଳନ ହେଲା ନାହିଁ ବୋଲି କହିଛନ୍ତି ଅମିତା ।