ଆଉ ସୁନା ଦେହରେ ହାତ ମରିହେବନାହିଁ । ସାଧାରଣ ପରିବାର ପାଇଁ ଆକାଶ ଛୁଆଁ ହୋଇଛି ସୁନା ଦର। ବିବାହ ଓ ବ୍ରତ ଘର ପାଇଁ ଜରୁରୀ ଥିବା ସୁନା କିଣିବାକୁ ବି ଡରିଲେଣି ଲୋକେ। ଗତକାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ଥିବା ବେଳେ ଆଜି ଏଥିରେ ୧୦୯୦ ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ଗତକାଲି ୬୬ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢ଼ିଛି। ତେବେ ଏହି ଦର ବୃଦ୍ଧିକୁ ନେଇ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୭୩ ହଜାର ୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭ ହଜାର ୨୦୦ ଟଙ୍କାରେ ପହଁଚିଛି। ସେପଟେ ୧୮ କ୍ୟାରେଟ ସୁନା ଦର ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମକୁ ୫୪ ହଜାର ୧୬୦ ଟଙ୍କା ଥିବା ବେଳେ ଆଜି ୫୪ ହଜାର ୯୮୦ ଟଙ୍କା ରହିଛି। ଅର୍ଥାତ୍ ଦିନକ ଭିତରେ ୮୨୦ ଟଙ୍କା ବଢ଼ିଛି।