ସନାତନ ଧର୍ମରେ ଅକ୍ଷୟ ତୃତୀୟାର ପର୍ବକୁ ଶୁଭର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ଏହି ଦିନ କିଛି ଶୁଭ କାମ କରିବାରେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ଏହି ତିଥିରେ ମାଆ ଲକ୍ଷ୍ମୀଙ୍କ ଆରାଧନା, ଦାନ ଏବଂ କିଣାକିଣି କରିବାକୁ ଶୁଭ ବୋଲି କୁହାଯାଏ । ଗତ କିଛି ଦିନ ହେବ ସୁନା ଦର ବଢ଼ିଚାଲିଛି। ତେବେ ଆଜି ଗ୍ରାହକଙ୍କ ପାଇଁ ଏକ ପ୍ରକାର ଖୁସି ଖବର ଆସିଛି। କମିଲା ସୁନା ଓ ରୂପା ଦର। ନିର୍ବାଚନ ଋତୁ ଚାଲିଥିବା ବେଳେ ସୁନାଦର କମିଛି। ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଆସନ୍ତାକାଲି ଅକ୍ଷୟ ତୃତୀୟା ଥିବାବେଳେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି। ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। ଯାହାକି ଭୁବନେଶ୍ଵରରେ ମଧ୍ଯ ଦେଖିବାକୁ ମିଳିଛି। ହେଲେ ସୁନା ଦର ଏବେ ବି ଅଧିକ ରହିଛି। ସେହିପରି ଆଜି ଭାରତୀୟ ଦରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୭୧,୨୪୦ ଟଙ୍କା ରହିଛି। ତେବେ ଅକ୍ଷୟ ତୃତୀୟ ପୂର୍ବରୁ ସୁନା ଦର କମିବା ପରେ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି।