କିଛି ଦିନ ପୂର୍ବରୁ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଯାଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ କମ୍ପ୍ୟୁଟର ଏବଂ ଲାପଟପ୍ କାମ ବନ୍ଦ କରିଦେଇଥିଲା। ମାଇକ୍ରୋସଫ୍ଟ ପରେ, ବର୍ତ୍ତମାନ ୟୁଟ୍ୟୁବ୍ ମଧ୍ୟ କାମ ବନ୍ଦ କରିଦେଇଛି। ଅନେକ ୟୁଜର ସମସ୍ୟାରେ ପଡ଼ିଛନ୍ତି। ସେମାନେ ୟୁଟ୍ୟୁବ୍ ବ୍ୟବହାର କରିବାକୁ ସକ୍ଷମ ହେଉ ନାହାନ୍ତି।ଏହି ସମସ୍ୟା ସେମାବାର ଅପରାହ୍ନ ସାଢ଼େ ଗୋଟାଏରୁ ଆରମ୍ଭ ହୋଇଛି। ୟୁଟ୍ୟୁବ୍ ବ୍ୟବହାର କରୁଥିବା ଅଧିକାଂଶ ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଖବର ଅନୁଯାୟୀ, ୟୁଟ୍ୟୁବ୍ ଆପ୍ ଏବଂ ୱେବସାଇଟରେ ଭିଡିଓ ଦେଖିବାରେ ସମସ୍ୟା ଦେଖାଦେଇଛି। ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହେଉନାହିଁ। ୟୁଟ୍ୟୁବ୍ ସର୍ଭରର ଅଭିଯୋଗ ଆସିବାକୁ ଲାଗିଛି। ଅପରାହ୍ନ ୩ଟା ୧୫ ସୁଦ୍ଧା ଏହି ସମସ୍ୟା ଆହୁରି ବୃଦ୍ଧି ପାଇଛି।