ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମହାନ୍ କର୍ଣ୍ଣଧାର ଗୋପାଳ କୃଷ୍ଣ ଗୋଖଲେ ୧୮୬୬ ମେ ୯ରେ ମହାରାଷ୍ଟ୍ରର ରତ୍ନଗିରି ଜିଲାରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ତାଙ୍କ ବିଚକ୍ଷଣ ମେଧାଶକ୍ତିର ପ୍ରତିଭା ବିଷୟରେ ଶିକ୍ଷକମାନେ ଜାଣିପାରିଥିଲେ। ସ୍ବାଭିମାନୀ ଗୋପାଳ କୃଷ୍ଣ ମାତ୍ର ୧୮ ବର୍ଷ ବୟସରେ ଗ୍ରାଜୁଏଟ୍, ୨୦ ବର୍ଷ ବୟସରେ ଅଧ୍ୟାପକ, ୨୯ ବର୍ଷ ବୟସରେ ଦେଶରେ ଜାତୀୟ କଂଗ୍ରେସର ସମ୍ପାଦକ ହୋଇଥିଲେ। ତାଙ୍କ ଉଦ୍ୟମରେ ପୁନେଠାରେ ୧୯୦୫ ମସିହାରେ ‘ସର୍ଭେଣ୍ଟସ୍ ଅଫ୍ ଇଣ୍ଡିଆନ୍ ସୋସାଇଟି’ ପ୍ରତିଷ୍ଠା ହେଲା। ସେହିବର୍ଷ ଭାରତୀୟଙ୍କ ସାମ୍ବିଧାନିକ ଦାବି ସମ୍ପର୍କରେ ବ୍ରିଟିଶ ନେତାଙ୍କୁ ଜଣାଇବା ପାଇଁ ଗୋଖଲେ ଇଂଲଣ୍ଡ ଯାତ୍ରା କଲେ। ଗୋପାଳ କୃଷ୍ଣ ଜଣେ ଉଦାର ନେତା ଥିଲେ, କିନ୍ତୁ ବ୍ରିଟିଶ୍ ସରକାରଙ୍କ ବିେରାଧରେ ଜନତାଙ୍କୁ ଜାଗ୍ରତ କରିବାରେ ସେ ଅନ୍ୟତମ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଜଣେ ସମାଜ ଓ ରାଜନୈତିକ ସଂସ୍କାରକ ଭାବେ ତାଙ୍କର ସୁଖ୍ୟାତି ରହିଥିଲା। ଅହିଂସା ଓ ସଂସ୍କାର ଭଳି ଦୁଇଟି ନୀତିକୁ ସେ ସର୍ବଦା ଗ୍ରହଣ କରିଆସିଥିଲେ। ଦେଶସେବାରେ ନିଜକୁ ବ୍ରତୀ କରିଥିବା ଗୋପାଳ କୃଷ୍ଣ ଗୋଖଲେଙ୍କ ପରଲୋକ ୧୯୧୫ ଫେବୃୟାରୀ ୧୯ରେ ଘଟିଥିଲା।