ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। ଏହାଦ୍ୱାରା ଶାରୀରିକ ସହ ମାନସିକ ଶାନ୍ତି ମିଳିଥାଏ। ରୋଗରୁ ମଧ୍ୟ ଶରୀରକୁ ରକ୍ଷା ମିଳିଥାଏ। ସଠିକ ଖାଦ୍ୟ ନ ସେବନ ଦ୍ୱାରା ମୋଟାପଣ, ଉଚ୍ଚ କୋଲେଷ୍ଟେରୋଲ୍, ଉଚ୍ଚ ରକ୍ତଚାପ, ମଧୁମେହ, ହୃଦୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ସ୍ୱାସ୍ଥ୍ୟକର ଭୋଜନ ଗ୍ରହଣ କରିବା ସହ ଖାଦ୍ୟ ଖାଇବା ପରେ କେଉଁ ଜିନିଷ ଖାଇବା ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ। ଜାଣନ୍ତୁ..
ଭୋଜନ ପରେ ଗୁଡ ଓ ଘିଅର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହାସହ ଅନେକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।
ଗୁଡରେ ଅନେକ ପୋଷକ ତତ୍ତ୍ୱ ସହ ଭିଟାମିନ୍ ବି, ଭିଟାମିନ ସି, ଆଇରନ, ମେଗ୍ନେସିୟମ, ପୋଟାସିୟମ ଆଦି ରହିଛି। ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ ଡି ଓ ଭିଟାମିନ ଇ ରହିଛି।
ଗୁଡ ଓ ଘିଅର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଗୁଡ ଓ ଘିଅ ଏକାଠି ଖାଇବା ଦ୍ୱାରା ହରମୋନ ଜନିତ ସମସ୍ୟା ଦୂର ହୋଇଥାଏ।
ଗୁଡ ଓ ଘିଅ ଏକାଠି ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।
ଗୁଡ ଓ ଘିଅ ଏକାଠି ସେବନ ଦ୍ୱାରା ଶରୀର ସୁସ୍ଥ ରହିବା ସହ ଆବଶ୍ୟକ ଶକ୍ତି ମିଳିଥାଏ।
ସୁସ୍ଥ ଶରୀର ପାଇଁ ଗୁଡ ଓ ଘିଅକୁ ସୁପରଫୁଡ ବୋଲି ମଧ୍ୟ କୁହାଯାଏ।