ଚେସ୍ ହେଉଛି ରଣନୀତି ଏବଂ ବୌଦ୍ଧିକ ଦକ୍ଷତାର ଏକ ଖେଳ ଯାହା ସମଗ୍ର ବିଶ୍ୱରେ ଲୋକପ୍ରିୟ। ଭାଷା ଏବଂ ସମ୍ପ୍ରଦାୟର ସୀମା ଅତିକ୍ରମ କରି ସମଗ୍ର ବିଶ୍ୱରେ ଚେସ୍ ଖେଳାଯାଏ। ଭାରତର ଡି ଗୁକେଶ ୧୭ ବର୍ଷ ବୟସରେ କ୍ୟାଣ୍ଡିିଡେଟ ଚେସ ଟୁର୍ନାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏହି ବିଜୟ ସହିତ ଗୁକେଶ କ୍ୟାଣ୍ଡିିଡେଟ ଚେସ ଟୁର୍ନାମେଣ୍ଟରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।ଗୁକେଶଙ୍କ ପୂର୍ବରୁ କନିଷ୍ଠ ବୟସରେ କ୍ୟାଣ୍ଡିିଡେଟ ଚେସ ଟୁର୍ନାମେଣ୍ଟ ଜିତିବାର ରେକର୍ଡ ରୁଷର ଗ୍ୟାରି କାସପାରୋଭଙ୍କ ନାଁରେ ରହିଥିଲା, ଯିଏକି ୧୯୮୪ ରେ ନିଜ ଦେଶର ନାତୋଲି କାର୍ପୋଭଙ୍କୁ ଚ୍ୟାଲେଞ୍ଜ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ସେତେବେଳେ କାର୍ପାଭଙ୍କୁ ୨୨ ବର୍ଷ ବୟସ ହୋଇଥିଲା । କିନ୍ତୁ ବର୍ତ୍ତମାନ ଗୁକେଶ ୧୭ ବର୍ଷ ବୟସରେ ଏହି ସଫଳତା ହାସଲ କରିଛନ୍ତି ।ଏହି ବିଜୟ ସହିତ ଭାରତୀୟ ଷ୍ଟାର ୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ବର୍ତ୍ତମାନ ଗୁକେଶ ଚଳିତ ବର୍ଷ ଶେଷରେ ଚୀନର ବର୍ତ୍ତମାନର ବିଶ୍ୱକପ୍ ଚାମ୍ପିଅନ୍ ଡିଙ୍ଗ୍ ଲିରିନ୍ଙ୍କ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ ।ଚେସ୍ ଖେଳିବାରେ ବୟସର କୌଣସି ଫରକ୍ ପଡେ ନାହିଁ। ଏହା ଆତ୍ମସମ୍ମାନକୁ ବଢେଇଦିଏ। ଯେତେବେଳେ ଏହାକୁ ଖେଳାଯାଏ ସେତେବେଳେ ଏକୁଟିଆ ଲଢିବାକୁ ପଡେ। ହାରିଗଲା ପରେ ଜଣେ କେଉଁଠାରେ ଭୁଲ୍ କଲା, ତାହାର ଆତ୍ମସମୀକ୍ଷା କରିବାକୁ ପଡେ। ଏହା ମାନସିକ ଶକ୍ତି ଏବଂ ଆତ୍ମବିଶ୍ୱାସକୁ ବୃଦ୍ଧି କରେ।