ପରିବାର ଓ ସମ୍ପର୍କୀୟ ଜଣାଇଲେ ନାହିଁ। ତରବରିଆ ଭାବେ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ମୃତଦେହକୁ ଶଶ୍ମାନରେ ପୋଡ଼ି ଦେଉଥିଲେ ତାଙ୍କ ବୋହୂ। ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇ ପୁଲିସ୍ ଶ୍ମଶାନରେ ପହଞ୍ଚି ନିଆଁ ଲିଭାଇ ଦରପୋଡ଼ା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ମଧ୍ୟରେ ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।
ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ହେଉଛନ୍ତି ଅଜୟ କୁମାର ଜେନା। ତାଙ୍କ ଧର୍ମପତ୍ନୀ ତଥା କ୍ୟାପାଟାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହେଉଛନ୍ତି ଅଶ୍ରୁକଣା ପ୍ରଧାନ। ସେ ତାଙ୍କ ବୋହୂଙ୍କ ସହିତ ଭୁବନେଶ୍ୱରରେ ରହୁଥିଲେ। ବୋହୂଙ୍କ ଅଭିଯୋଗ ଅନୁସାରେ ଆଜି ସକାଳେ ଶାଶୂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଏକ କ୍ଲିନିକକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିୟମ ଅନୁସାରେ ଘଟଣା ମୃତଦେହକୁ ପୋଷ୍ଟମର୍ଟମ କରିବା କଥା। ହେଲେ ମୃତ ଅଶ୍ରୁକଣାଙ୍କ ବୋହୂ ପୋଷ୍ଟମର୍ଟମ ନକରି ମୃତଦେହ ଧରି ସତ୍ୟନଗର ଶ୍ମଶାନକୁ ଚାଲି ଆସିଥିଲେ। ସେଠାରେ ଦାହ କରି ଦେଉଥିଲେ। ହେଲେ ଏ ସମ୍ପର୍କରେ ନିଜ ସମ୍ପର୍କୀୟଙ୍କୁ ଜଣାଇନଥିଲେ।