ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ଆଜି ୪୨ତମ ଜନ୍ମଦିନ। ପୁଷ୍ପା-୨ର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ଦମଦାର ଅଭିନୟ, ଲୁକ୍ ଏବଂ ବେଶ ଭଲ ଡ୍ୟାନ୍ସ କରି କୋଟି କୋଟି ଲୋକଙ୍କ ହୃଦୟରେ ଆଜି ରାଜ କରୁଛନ୍ତି। ଆଜିର ଯୁବପୀଢିଙ୍କ ପ୍ରଥମ ପସନ୍ଦ ଏହି ସାଉଥ୍ ସୁପରଷ୍ଟାର। ତାଙ୍କୁ ସାଉଥ ଇଣ୍ଡଷ୍ଟ୍ରୀର ସବୁଠାରୁ ଷ୍ଟାଇଲିସ୍ ଷ୍ଟାର ଭାବରେ ବିବେଚନା କରାଯାଏ। ଆଜି ତାଙ୍କ ଜନ୍ମଦିନ ଅବସରରେ ପୁଷ୍ପା-୨ର ଟିଜିର ରିଲିଜ ହେଇଚି ଯାହାକି ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ଜବରଦସ୍ତ ଭେଟି ଭାବେ ମିଳିଛି । “ପୁଷ୍ପା” ଫିଲ୍ମରେ କାମ କରିବା ପରେ ତାଙ୍କ ଷ୍ଟାରଡମ୍ ଆହୁରୀ ଅଧିକ ବଢିବାରେ ଲାଗିଛି । ପାନ ଇଣ୍ତିଆ ସ୍ତରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସୁପରହିଟ୍ ହୋଇଥିଲା । ଫିଲ୍ମର ଗୀତ ଓ ଡ଼ାଏଲଗ ଦର୍ଶକଙ୍କୁ ପାଗଳ କରିଥିଲା । ଅଭିନୟ ଠାରୁ ଆରମ୍ଭ କରି ଲୁକ୍ ରେ ମଧ୍ୟ ସେ ସବୁ ଷ୍ଟାରଙ୍କୁ ପଛରେ ପକାଇଛନ୍ତି । କେବଳ ଦକ୍ଷିଣ ଭାରତ କାହିଁକି ସାରା ଦେଶରେ ଅଲ୍ଲୁ ଅର୍ଜୁନଙ୍କ ଜବରଦସ୍ତ ଫ୍ୟାନ୍ସ ଫଲୋୟର୍ସ ରହିଛି ।ଏପ୍ରିଲ ୮ ତାରିଖ ୧୯୮୨ ମସିହାରେ ମାଡ୍ରାସର ଏକ ତାମିଲ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୩ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ କ୍ୟାମେରାର ସମ୍ମୁରେ ଅଭିନୟ କରିଥିଲେ ।ଆକ୍ସନ ହେଉ ବା କମେଡ଼ି ସବୁଥିରେ ପାରଙ୍ଗମ ଅଲ୍ଲୁ ଅର୍ଜୁନ୍ । ତେବେ ଭଲ ଡ଼ାନ୍ସର ହେବା ସହ ଅଭିନେତା ଭଲ ଗୀତ ମଧ୍ୟ ଗାଆନ୍ତି । ୨୦୧୬ ମସିହାରେ ସେ ‘ସାରେନୋଡୁ’ରେ ଗୀତ ଗାଇଥିଲେ । ତାଙ୍କର ଏହି ଗୀତକୁ ଖୁବ ପସନ୍ଦ କରିଥିଲେ ଦର୍ଶକ ।