୨୦୨୩କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ୨୦୨୪କୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି ଲୋକେ । ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ବାର, ପବ ଓ ରେଷ୍ଟୁରାଂଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଡ୍ରିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥବଲା । ଭୁବନେଶ୍ୱର, କଟକ , ପୁରୀ ସମେତ ବଡ ବଡ଼ ସହରରେ ଧୁମଧାମରେ ଜିରୋ ନାଇଟ ସେଲିବ୍ରେସନ ହୋଇଛି ।