ଡାଲି ବିନା ଭାରତୀୟ ଖାଦ୍ୟ ଅସମ୍ପୂର୍ଣ୍ଣ। ଡାଲି ଡିସ୍ ଠାରୁ ଆରମ୍ଭ କରି ପୁରଣ ପଲି ଏବଂ ଅନେକ ସୁସ୍ବାଦୁ ଖାଦ୍ୟରେ ବୁଟ ଡାଲି ବ୍ୟବହୃତ ହୁଏ। ଯାହା କେବଳ ସ୍ୱାଦିଷ୍ଟ ତାହା ନୁହେଁ, ପୁଷ୍ଟିକର ଖାଦ୍ୟ ମଧ୍ୟ।
ଏଥିରେ ପ୍ରଚୁର ମାତ୍ରାରେ ଲୌହ ରହିଥାଏ, ଯାହା ଶରୀରରେ ରକ୍ତ ଅଭାବକୁ ପୂରଣ କରିଥାଏ।
ବୁଟ ଡାଲି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରେ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ।
ଜଣ୍ଡିସ ରୋଗଙ୍କ ପାଇଁ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ।
ଏଥିରେ ଥିବା ଫାଇବର କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଡାଲିରେ ଜିଙ୍କ୍, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ପୁଷ୍ଟିକର ତତ୍ତ୍ବ ଥାଏ, ଯାହା ଶରୀରକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ।
ଏକ ଗ୍ଲାସ ପାଣିରେ ୨ ଚାମଚ ବୁଟ ଡାଲି ଭିଜାଇ ରଖନ୍ତୁ। ଏହାକୁ ପରଦିନ ଖାଇବା ଦ୍ୱାରା ଶରୀର ଫିଟ୍ ରହିଥାଏ।
ବୁଟ ଡାଲି ଖାଇବା ଦ୍ୱାରା ତ୍ବଚାରେ ଉଜ୍ବଳ ଆସେ ବୋଲି କୁହାଯାଏ।