ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅପରପକ୍ଷେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦେଖି ଏବଂ ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ପାଣିପାଗ ବିଭାଗ ସହ ଜରୁରୀକାଳୀନ ବିଭାଗର ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ଆରମ୍ଭ ଦେଖିବାକୁ ମିଳିଥିଲା ଡହ ଡହ ଖରା । ରାଜଧାନୀଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଅସହ୍ୟ ହୋଇଥିଲା ତାତି । ଏମିତି କି ଏପ୍ରିଲ୍ ଆରମ୍ଭରେ ୪୩ ଡିଗ୍ରୀ ଡେଇଁଥିଲା ରାଜଧାନୀ ତାପମାତ୍ରା । ଯାହାଫଳରେ ୪୩.୫ ଡିଗ୍ରୀ ସହ ଏପ୍ରିଲ୍ ୫ରେ ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର ।